Spread the love

ଭୁବନେଶ୍ୱର
ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ୧୩୮୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୯୫ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୮୧ରେ ପହଞ୍ଚିଥିବାବେଳେ ୨୩୦୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଗଞ୍ଜାମରୁ ସବୁଠାରୁ ଅଧିକ ୨୮୮ ଜଣ , ଖୋର୍ଧାରୁ ୨୦୧ଜଣ ,କଟକରୁ ୧୨୧ଜଣ ଚିହ୍ନଟ ହୋଇଛନ୍ତି । ଏହା ସହିତ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୩୭, ବରଗଡରୁ ୧୦, ଭଦ୍ରକରୁ ୪୦,ବଲାଙ୍ଗୀରରୁ ୫, ବୌଦ୍ଧରୁ ୨, ଢେଙ୍କାନାଳରୁ ୫୧, ଗଜପତିରୁ ୩୮, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୯, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୬୬, କୋରାପୁଟରୁ ୪୯, ମାଲକାନଗିରିରୁ ୩୪,ମୟୁରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡରୁ ୩୧, ନୂଆପଡାରୁ ୩, ପୁରୀରୁ ୩୪, ସମ୍ବଲପୁରରୁ ୮୨, ସୋନପୁରରୁ ଜଣେ ଏବଂ ସୁନ୍ଦରଗଡରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here