Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୧୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ୫୧ ଓ ୫୬ ବର୍ଷୀୟ ୨ ପୁରୁଷ ଏବଂ ୭୪ ଓ ୭୧ ବର୍ଷୀୟ ୨ ମହିଳା ସାମିଲ ଅଛନ୍ତି । ସେହିପରି କଟକର ଜଣେ ୮୦ ବର୍ଷୀୟ ବୃଦ୍ଧ, କଳାହାଣ୍ଡିର ଜଣେ ୬୧ ବର୍ଷୀୟ ବୃଦ୍ଧ, ଖୋର୍ଧାର ଜଣେ ପୁରୁଷ(୪୯), କୋରାପୁଟର ଜଣେ ପୁରୁଷ(୬୦), ମୟୁରଭଞ୍ଜରୁ ୬୫ ଓ ୪୩ ବର୍ଷୀୟ ୨ ମହିଳା, ପୁରୀର ୭୨ ଓ ୪୩ ବର୍ଷୀୟ ୨ ପୁରୁଷ ଏବଂ ସମ୍ବଲପୁରର ଜଣେ ୪୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୬୦୫ରେ ପହଞ୍ଚି ଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here