Spread the love

କଟକ : କଟକ ମହାନଗରନିଗମରେ ଏବେ ପ୍ରତିଦିନ ସ୍ଥାନୀୟ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜି ସି.ଏମ୍‌.ସିରେ ମୋଟ ୧୫୦ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୬୭ଜଣ ସ୍ଥାନୀୟ ସଂକ୍ରମିତ । ଯେଉଁମାନଙ୍କର କୌଣସି ପ୍ରକାର ଟ୍ରାଭଲ ଇତିହାସ ନାହିଁ । ଏଭଳି ସ୍ଥିତିରେ ସି.ଏମ୍‌.ସି ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଉଥିବା ପ୍ରତିକାର କେତେ କାର୍ଯ୍ୟରେ ଆସୁଛି ତାହା ସହଜରେ ଅନୁମେୟ । କି ପ୍ରକାର କଣ୍ଟ୍ରାକ୍ଟ ଟ୍ରାସିଂ କରାଯାଉଛି ତାହା ମଧ୍ୟ ବୁଝା ପଡୁନାହିଁ । ସହରର ୯୦ ପ୍ରତିଶତ ଅଞ୍ଚଳରେ ଏବେ କରୋନା ସଂକ୍ରମିତ ରହିଛନ୍ତି । ସି.ଏମ.ସି. ପକ୍ଷରୁ ଜାରି କରାଯାଇଥିବା ସଂକ୍ରମିତଙ୍କ ଅଞ୍ଚଳ ସଂପର୍କରେ ବିସ୍ତୁତ ଭାବେ ନିମ୍ନରେ ଚାର୍ଟ ପ୍ରଦାନ କରାଗଲା ।

LEAVE A REPLY

Please enter your comment!
Please enter your name here