Spread the love

କୋଲକାତା
ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାରେ ଏକ ଅମାନବୀୟ ଘଟଣା ଘଟିଛି । ଏଠାରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଅନେର ଥର ଗଣବଳାକ୍ରାର କରିବା ପରେ ହତ୍ୟା କରାଯାଇଛି । ଏହା ପରେ ତାଙ୍କ ଶବକୁ ଗୋଟିଏ ଘରର ସେପଟିକ ଟାଙ୍କିକୁ ଫୋପାଡି ଦିଆଯାଇଛି । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ନାବାଳିକା ଜଣଙ୍କ ଗତ ୧୦ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ । ଗୁରୁବାର ସନ୍ଧ୍ୟାରେ ତାଙ୍କ ଶବକୁ ଏକ ସେପଟିକ ଟ୍ୟାଙ୍କରୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିିଛି । ସେମାନେ ଏହି ନାବାଳିକାଙ୍କ ପଡୋଶୀ ଗ୍ରାମର ବାସିନ୍ଦା । ଏହି ୩ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ, ବଳାକ୍ରାର ଏବଂ ହତ୍ୟା କରିଛନ୍ତି । ପରେ ଶରୀରକୁ ଫୋପାଡି ଦେଇଛନ୍ତି । ଅଭିଯୁକ୍ତ ରେହମାନ ଅଲି, ଜାମିରୁଲ ହକ ଏବଂ ତାମିରୁଲ ହକକୁ ପୋଲିସ ୮ ଦିନିଆ ରିମାଣ୍ଡରେ ନେଇଛି ।

LEAVE A REPLY

Please enter your comment!
Please enter your name here