Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜିଲ୍ଲାରୁ ୧୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୯୩ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ୬୦୯ ସ୍ଥାନୀୟ ଆକ୍ରାନ୍ତ ମଧ୍ୟ ସାମିଲ ଅଛନ୍ତିା ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ରେ ପହଞ୍ଚିଛି । ବ ର୍ତ୍ତମାନ ୧୨୭୩୭ଟି ମାମଲା ସକ୍ରିୟ ଥିବାବେଳେ ୨୦୫୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଗଞ୍ଜାମରୁ ସବୁଠାରୁ ଅଧିକ ୩୦୮, ଖୋର୍ଧାରୁ ୨୮୫, ରାୟଗଡାରୁ ୧୬୪, ଗଜପତିରୁ ୧୦୮, ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୯, ବରଗଡରୁ ୧୩, ଭଦ୍ରକରୁ ୨୦, ବଲାଙ୍ଗୀରରୁ ୩୮, ବୌଦ୍ଧରୁ ୯, କଟକରୁ ୫୪, ଢେଙ୍କାନାଳରୁ ୪୯, ଜଗତସିଂହପୁରରୁ ୧୯, ଯାଜପୁରରୁ ୪୪, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୪୫, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୩୧, କୋରାପୁଟରୁ ୪୬, ମାଲକାନଗିରିରୁ ୩୦, ମୟୁରଭଞ୍ଜରୁ ୩୯, ନବରଙ୍ଗପୁରରୁ ୯, ନୟାଗଡରୁ ୩୩, ନୂଆପଡାରୁ ୫, ପୁରୀରୁ ୫୦, ସମ୍ବଲପୁରରୁ ୩୯, ସୋନପୁରରୁ ୬, ସୁନ୍ଦରଗଡରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୫୨୮୭୦୮ ସ୍ୱାବ ପରୀକ୍ଷା କରାଗଲାଣି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here