Spread the love

ଭୁବନେଶ୍ୱର: ରାଜ୍ୟରେ ଆଜି ମୋଟ ୧୬୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି ଯାଏଁ ମୋଟ ୪୮୫୭୬ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୧୨ହଜାରରୁ ଅଧିକ ବିଭିନ୍ନ କୋଭିଡ଼ ସେଣ୍ଟରରେ ରହି ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଗଞ୍ଜାମରୁ ୩୬୫ଜଣ, ଖୋର୍ଦ୍ଧାରୁ ୩୫୭ଜଣ, ସୁନ୍ଦରଗଡ଼ରୁ ୯୧ଜଣ, ଯାଜପୁରରୁ ୮୬ଜଣ, ଗଜପତିରୁ ୬୫ଜଣ, କଟକରୁ ୬୩ଜଣ, କୋରାପୁଟରୁ ୬୩ଜଣ, ମୟୁରଭଞ୍ଜରୁ ୬୦ଜଣ , କନ୍ଧମାଳରୁ ୫୦ଜଣ, ରାୟଗଡ଼ାରୁ ୪୨ଜଣ, ନୟାଗଡ଼ରୁ ୪୧ଜଣ, ମାଲକାନାଗିରିରୁ ୩୯ଜଣ, ବଲାଙ୍ଗିରିରୁ ୩୩ଜଣ, ଢେ଼ଙ୍କାନାଳରୁ ୩୩ଜଣ, ଜଗତସିଂହପୁରରୁ ୩୩ଜଣ , ବାଲେଶ୍ୱରରୁ ୩୧ଜଣ, କେନ୍ଦୁଝରରୁ ୨୯ଜଣ, ବରଗଡ଼ରୁ ୨୫ଜଣ, ଭଦ୍ରକରୁ ୨୪ଜଣ, ଝାରସୁଗୁଡ଼ାରୁ ୨୧ଜଣ, ପୁରୀରୁ ୨୧ଜଣ, ସମ୍ବଲପୁରରୁ ୨୦ଜଣ, କଳାହାଣ୍ଡିରୁ ୧୬ଜଣ, କେନ୍ଦ୍ରାପଡ଼ାରୁ ୧୬ଜଣ, ନବରଙ୍ଗପୁରରୁ ୧୧ଜଣ, ଦେଓଗଡ଼ରୁ ୨ଜଣ, ଅନୁଗୁଳ ଓ ବୌଧରୁ ପ୍ରତ୍ୟେକ ଜଣେ କରି ସୁସ୍ଥ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here