Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ରୋଗଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ୧୬୪୩ ର୍ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬୨୫ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହା ସହିତ ୧୦୧୮ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧୯୩ରେ ପହଞ୍ଚି ଯାଇଛି । ବର୍ତ୍ତମାନ ୧୫୧୮୯ଟି ମାମଲା ସକ୍ରିୟ ଥିବାବେଳେ ୨୮୬୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଗଞ୍ଜାମ ଏବଂ ଖୋର୍ଧାରୁ ସବୁଠାରୁ ଅଧିକ ୨୭୪ ଲେଖାଏଁ, ଅନୁଗୁଳରୁ ୧୬, ବାଲେଶ୍ୱରରୁ ୭୩, ବରଗଡରୁ ୭, ଭଦ୍ରକରୁ ୨, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୭, କଟକରୁ ୯୮, ଢେଙ୍କାନାଳରୁ ୩୬, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୩୦, ଗଜପତିରୁ ୩୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୬, କନ୍ଧମାଳରୁ ୫୨, କେନ୍ଦ୍ରାପଡାରୁ ୧୪, କେନ୍ଦୁଝରରୁ ୩, କୋରାପୁଟରୁ ୫୦, ମାଲକାନଗିରିରୁ ୨୭, ମୟୁରଭଞ୍ଜରୁ ୩୯, ନବରଙ୍ଗପୁରରୁ ୫, ନୟାଗଡରୁ ୪୦, ନୂଆପଡାରୁ ଜଣେ, ପୁରୀରୁ ୯୨, ରାୟଗଡାରୁ ୧୩୬, ସମ୍ବଲପୁରରୁ ୧୧୨, ସୁନ୍ଦରଗଡରୁ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here