Spread the love

ବାଲିଆ: ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ୪ ଜଣ ବ୍ୟକ୍ତି ଗଣଧର୍ଷଣ କରିଥିବା ଅଭିଯୋଗ ହୋଇଛି । ପୋଲିସ ସୁତ୍ରରୁ ଜଣାପଡ଼ିଛି ଯେ ବୁଧବାର ସନ୍ଧ୍ୟାରେ ନିଜ ଆଇଙ୍କୁ ଭେଟିବାକୁ ମାଉ ଯିବା ନିମନ୍ତେ ନାବାଳିକା ଜଣକ ରସଡା ରେଳ ଷ୍ଟେସନରେ ପହଞ୍ଚିଥିଲେ । ୪ ଜଣ ଲୋକ ତାଙ୍କ ପିଛା କରି ତାଙ୍କୁ ମାଉରେ ଛାଡ଼ିଦେବାକୁ କହି ଏକ ଇ-ରିକ୍ସାରେ ବସିବାକୁୂ କହିଥିଲେ । ୨୫ରୁ ୩୫ ବର୍ଷୀୟ ଅପରାଧି ମାନେ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଧର୍ଷଣ କରିବା ପରେ ଫେରାର ହୋଇଥିଲେ । ନାବାଳିକାର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଓ ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ପଠାଇଛି ।

LEAVE A REPLY

Please enter your comment!
Please enter your name here