Spread the love

ନୂଆଦିଲ୍ଲୀ: ଦେଶର ୮.୫ କୋଟିରୁ ଅଧିକ ଚାଷୀଙ୍କ ଅକାଉଣ୍ଟକୁ ଆଜି ୧୭ ହଜାର ୧୦୦ କୋଟି ଟଙ୍କା ଯାଇଛି । ‘ପିଏମ କିସାନ’ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଟଙ୍କା ପଠାଇଛନ୍ତି । ‘ପିଏମ କିସାନ’ରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖା ସହାୟତା ଦିଆଯାଉଛି । ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଏହା ଥିଲା ୬ଷ୍ଠ କିସ୍ତି । ଦେଶର ୧୦ କୋଟିରୁ ଅଧିକ ଚାଷୀଙ୍କ ପରିବାରକୁ ଏହି ଯୋଜନାରେ ସରକାର ୯୦ ହଜାର କୋଟି ଟଙ୍କା ସହାୟତା ଦେଇଛନ୍ତି ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି । କୌଣସି ମଧ୍ୟସ୍ଥି, କମିଶନ ବିନା ଗୋଟିଏ କ୍ଲିକରେ ୮.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୭ ହଜାର କୋଟି ଟଙ୍କା ଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here