Spread the love

ଭୁବନେଶ୍ୱର : ରାଜ୍ୟରେ ଆଜି ସର୍ବାଧିକ ୧୮୧୦ ରୋଗୀ ସୁସ୍ଥ ହୋଇଛନ୍ତି । କରୋନାରେ ସର୍ବାଧିକ ଆକ୍ରାନ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭ଶହ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ୨୦୨ ଜଣ , କଟକରୁ ୧୪୭ଜଣ ,ଗଜପତିରୁ ୧୩୬ଜଣ , ଢେ଼ଙ୍କାନାଳରୁ ୧୧୬ଜଣ , ସୁନ୍ଦରଗଡ଼ରୁ ୧୦୬ଜଣ , ସମ୍ବଲପୁରରୁ ୬୨ଜଣ , ରାୟଗଡ଼ାରୁ ୫୫ଜଣ , କେନ୍ଦୁଝରରୁ ୩୭ଜଣ , ଅନୁଗୁଳରୁ ୩୪ଜଣ , କଳାହାଣ୍ଡିରୁ ୨୪ଜଣ, କୋରାପୁଟରୁ ୨୨ଜଣ, ଯାଜପୁରରୁ ୨୦ଜଣ , ବରଗଡ଼ରୁ ୧୯ଜଣ , ବାଲେଶ୍ୱରରୁ ୧୭ଜଣ , ବଲାଙ୍ଗିରରୁ ୧୭ଜଣ , ମୟୁରଭଞ୍ଜରୁ ୧୬ଜଣ , କେନ୍ଦ୍ରାପଡ଼ାରୁ ୧୪ଜଣ , ଭଦ୍ରକରୁ ୧୩ଜଣ, ଦେଓଗଡ ଓ ନବରଙ୍ଗପୁରରୁ ପ୍ରତ୍ୟେକ ୧୧ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି । ସେହିଭଳି ଝାରସୁଗୁଡା ଓ ଜଗତସିଂହପୁରରୁ ପ୍ରତ୍ୟେକ ୮ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୬ଜଣ , ବୈଧରୁ ୫ଜଣ ସୋନପୁରରୁ ୪ଜଣ ଏବଂ ମାଲକାନାଗିରିରୁ ୩ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜ୍ୟ ବାସୀଙ୍କ ପାଇଁ ଏକ ଶୁଭ ଖବର ବୋଲି ବିବେଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here