Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ରେକର୍ଡ ୧୮୭୬ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬୯୪ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୧୧୮୨ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୭୨କୁ ବୃଦ୍ଧି ପାଇଛି । ଏବେ ୧୫୫୦୯ଟି ମାମଲା ସକ୍ରିୟ ଥିବାବେଳେ ୩୪୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆଜି ଅନୁଗୁଳରୁ ୧୫ଜଣ , ବାଲେଶ୍ୱରରୁ ୮୧ଜଣ, ବରଗଡ଼ରୁ ୧୫ଜଣ, ଭଦ୍ରକରୁ ୫୦ଜଣ, ବଲାଙ୍ଗୀରରୁ ୩୧ଜଣ, ବୌଦ୍ଧରୁ ୧୦ଜଣ, କଟକରୁ ୧୦୯ଜଣ, ଦେଓଗଡରୁ ୨ଜଣ, ଢେଙ୍କାନାଳରୁ ୩୬ଜଣ, ଗଜପତିରୁ ୭୧ଜଣ, ଗଞ୍ଜାମରୁ ୨୬୦ଜଣ, ଗଜତସିଂହପୁରରୁ ୨୬ଜଣ, ଯାଜପୁରରୁ ୫୩ଜଣ, ଝାରସୁଗୁଡ଼ାରୁ ୬ଜଣ, କଳାହାଣ୍ଡିରୁ ୪୧ଜଣ, କନ୍ଧମାଳରୁ ୩୦ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, କେନ୍ଦୁଝରରୁ ୨୧ଜଣ, ଖୋର୍ଦ୍ଧାରୁ ୨୯୭ଜଣ, କୋରାପୁଟରୁ ୭୭ଜଣ, ମାଲକାନଗିରିରୁ ୨୪ଜଣ, ମୟୁରଭଞ୍ଜରୁ ୭୦ଜଣ, ନବରଙ୍ଗପୁରରୁ ୩୦ଜଣ, ନୟାଗଡ଼ରୁ ୧୦୫ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୮୦ଜଣ, ରାୟଗଡ଼ାରୁ ୯୮ଜଣ, ସମ୍ବଲପୁରରୁ ୩୬ଜଣ, ସୋନପୁରରୁ ୨୨ଜଣ, ସୁନ୍ଦରଗଡ଼ରୁ ୧୧୯ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here