Spread the love

ରାୟପୁର
ସଚ୍ଚିନ ପାଇଲଟ ଏବଂ ତାଙ୍କ ସହଯୋଗୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ବିଧାନସଭା ବାଚସ୍ପତି ସଚ୍ଚିନଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ଜାରି କରିଛି ।ମଙ୍ଗଳବାର ଜାରି ହୋଇଥିବା ଏହି ନୋଟିସର ଜବାବ ଶୁକ୍ରବାର ସୁଦ୍ଧା ଦେବାକୁ କୁହାଯାଇଛି । ଏହି ଏମଏଲଏମାନେ ହ୍ୱିପକୁ ଖଣ୍ଡନ କରି ସୋମବାର ଏବଂ ମଙ୍ଗଳବାର ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ ଏଥିରେ କୁୁହାଯାଇଛି ଯେ ଆପଣ ମାନଙ୍କୁ ଦଳ ବରୋଧୀ କାର୍ଯ୍ୟ ପାଇଁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ । ଆପଣମାନେ କଂଗ୍ରେସର ବିଧାୟକ ଦଳ ବୈଠକରେ ଯୋଗ ଦେଇନାହାନ୍ତି । ଏହି ନୋଟିସର ଜବାବ ନଦେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଅପରପକ୍ଷେ ସୂତ୍ରରୁ ଜଣାପଡିଛି ଯେ କଂଗ୍ରେସ ଚିଫ ହ୍ୱିପ ମହେଶ ଯୋଶୀ । ସମ୍ବିଧାନ ୧୦ମ ଅନୁଚ୍ଛେଦ ଅନୁଯାୟୀ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବାଚସ୍ପତିଙ୍କୁ ଚିିଠି ଲେଖିଛନ୍ତି । ଏହା ସହିତ ପୂର୍ବରୁ ଏ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ସମେତ ବିଧାୟକ ବିଶବେନ୍ଦ୍ର ସିଂ, ଭନୱର ଲାଲ ଶର୍ମ, ହରୀଶ ଚନ୍ଦ୍ର ମୀନା, ଦିପୀନ୍ଦର ସିଂ ଶେଖାୱତ ଏବଂ ରମେଶ ମୀନା ଆଦିଙ୍କୁ ଏହି ନୋଟିସ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here