Spread the love

ବ୍ରହ୍ମପୁର
ବେଆଇନ ଭାବେ ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୪୦ ଲିଟର ବିଦେଶୀ ମଦକୁ ପୋଲିସ ଜବତ କରିଛି । ଏହି ବୋତଲ ଗୁଡିକ ୬୪୦ ଏମଏଲର । ଏହି ମାମଲାରେ ପାତ୍ରପୁର ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଟୋରିକ୍ସା ଜବତ କରିଛି । ସୂଚନା ଅନୁଯାୟୀ ବେଆଇନ ଭାବେ ମଦ ଚୋରାଚାଲାଣ ହେଉଥିବାର ସୂଚନା ପୋଲିସକୁ ମିଳିଥିଲା । ଏହା ପରେ ପାତ୍ରପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ପଣ୍ଡ କରି ଦେଇଥିଲା । ଗଞ୍ଜାମ ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here