Spread the love

ଭୁବନେଶ୍ୱର
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୩୬ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହା ସହିତ ୧୨୪୧ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚି ଯାଇଛି । ବର୍ତ୍ତମାନ ୧୬୩୫୩ଟି ମାମଲା ସକ୍ରିୟ ଥିବାବେଳେ ୩୭୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳ, ଦେଓଗଡରୁ ୨ ଲେଖାଏଁ, ବାଲେଶ୍ୱରରୁ ୫୬, ବରଗଡରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗୀରରୁ ୭, ବୌଦ୍ଧରୁ ୫, କଟକରୁ ୧୦୧, ଢେଙ୍କାନାଳରୁ ୪୦, ଗଜପତିରୁ ୯୩, ଗଞ୍ଜାମରୁ ୨୮୦, ଜଗତସିଂହପରୁ ୩୪, ଯାଜପୁରରୁ ୬୯, ଝାରସୁଗୁଡାରୁ ୧୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୬୦, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୧୦,ଖୋର୍ଧାରୁ ୩୩୨, କୋରାପୁଟରୁ ୯୦, ମାଲକାନଗିରିରୁ ୫୨, ମୟୁରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୭, ନୟାଗଡରୁ ୭୫, ନୂଆପଡାରୁ ୨୦, ପୁରୀରୁ ୮୩, ରାୟଗଡାରୁ ୭୦, ସମ୍ବଲପୁରରୁ ୫୯, ସୋନପୁରରୁ ୭ ଏବଂ ସୁନ୍ଦରଗଡରୁ ୮୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here