Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ୧୯୮୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୫୬ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହା ସହିତ ୧୨୨୫ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ରେ ପହଞ୍ଚିଛି । ବର୍ତ୍ତମାନ ୧୫୮୦୮ଟି ମାମଲା ସକ୍ରିୟ ଥିବାବେଳେ ୩୬୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଅନୁଗୁଳରୁ ୬ଜଣ, ବାଲେଶ୍ୱରରୁ ୫୯ଜଣ, ବରଗଡରୁ ୨୭ଜଣ, ଭଦ୍ରକରୁ ୬୫ଜଣ, ବଲାଙ୍ଗୀରରୁ ୨୭ଜଣ, ବୌଦ୍ଧରୁ ୨୨ଜଣ, କଟକରୁ ୧୩୧ଜଣ, ଢେଙ୍କାନାଳରୁ ୩୯ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୨୬୭ଜଣ, ଜଗତସିଂହପୁରରୁ ୪୨ଜଣ, ଯାଜପୁରରୁ ୬୦ଜଣ, ଝାରସୁଗୁଡ଼ାରୁ ୮ଜଣ, କଳାହାଣ୍ଡିରୁ ୩୯ଜଣ, କନ୍ଧମାଳରୁ ୧୭୯ଜଣ, କେନ୍ଦ୍ରାପଡ଼ାରୁ ୨୯ଜଣ, କେନ୍ଦୁଝରରୁ ୨୩ଜଣ, ଖୋର୍ଦ୍ଧାରୁ ୨୭୪ଜଣ, କୋରାପୁଟରୁ ୯୭ଜଣ, ମାଲକାନଗିରି ଜିଲ୍ଲାରୁ ୬୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭ଜଣ, ନବରଙ୍ଗପୁରରୁ ୧୮ଜଣ, ନୟାଗଡରୁ ୫୬ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୭୭ଜଣ, ରାୟଗଡ଼ାରୁ ୫୫ଜଣ, ସମ୍ବଲପୁରରୁ ୩୮ଜଣ, ସୋନପୁରରୁ ୫୭ଜଣ, ସୁନ୍ଦରଗଡ଼ରୁ ୧୪୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here