Spread the love

ଭୁବନେଶ୍ୱର : +୨କଳା ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ରାଜ୍ୟରେ ମୋଟ ୨ଲକ୍ଷ ୧୯ହଜାର ୭୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭. ୫୬ ପ୍ରତିଶତ ପରୀକ୍ଷାର୍ଥୀ ସଫଳତା ଲାଭ କରିଛନ୍ତି । ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ଜଣ ପାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଶତକଡ଼ା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଦି ଘଟିଛି । ମୋଟ ୯୦ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୭୩.୬୩ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି । ସେହିଭଳି ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୪୪.୬୩ ପ୍ରତିଶତ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି । ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଦେଇଥିବା ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଝିଅମାନଙ୍କ ପାଶ ହାର ୭୫.୪୮ ରହିଥିବା ବେଳେ ପୁଅମାନଙ୍କ ପାଶ ହାର ୫୭.୫୩ ପ୍ରତିଶତ ରହିଛି । ଏହାଛଡ଼ା ୨୨ହଜାର ୧୯୨ଜଣ ପ୍ରଥମ ଶ୍ରେଣୀରେ ପାଶ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୬ହଜାର ୦୨୭ଜଣ ଦ୍ୱିତୀୟ ଶ୍ରେଣୀରେ ପାଶ କରିଛନ୍ତି । ଏଥିସହ ୧୦ ଟି କଲେଜରେ ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ପାଶ କରିଥିବା ବେଳେ କୌଣସି କଲେଜରେ ଏଥର ଶୂନ୍ୟ ପରୀକ୍ଷା ଫଳ ହୋଇ ନାହିଁ । ସେହିଭଳି ଧନ୍ଧା ମୂଳକ ପାଠ୍ୟକ୍ରମରେ ମୋଟ ୭୦୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୪୬ଜଣ ପରୀକ୍ଷାର୍ଥୀ ପାଶ କରିଛନ୍ତି । ଚଳିତ ବର୍ଷ ତକ୍ରାଳ ପରୀକ୍ଷା କେବେ ହେବ ତାହା କିଛି ଦିନ ପରେ ସ୍ଥିର ହେବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here