Spread the love

ଭୁବନେଶ୍ୱର: ଆସନ୍ତା ମାସ ପ୍ରଥମ ସପ୍ତାହରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ । ଏହା ସହିତ କଳାର ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଚଳିତ ମାସରେ ପରୀକ୍ଷା ଫଳ ବାହାରିବା ନେଇ ଘୋଷଣା କରାଯାଇଥିଲା । ସିଏଚଏସଇର ୨ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ପୂର୍ବରୁ ବାଣିଜ୍ୟ ଏବଂ ବିଜ୍ଞାନ ଫଳ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here