Spread the love

ଜେନାପୁର: ଏକ ଟ୍ରକରେ ୨୦ ଟନ୍‌ ଗୋ-ମାଂସ ବୋଝେଇ ହୋଇ ଯାଉଥିବା ବେଳେ ଜେନାପୁର ଥାନା ପୋଲିସ ଏହାକୁ ଜବତ କରିଛି । ଟ୍ରକଟି କଲିକତାରୁ ଆସୁଥିଲା ତେବେ ବାଲେଶ୍ୱର ନିକଟରେ ଏହାକୁ ଗୋଡାଇବାରୁ ତାହା ଜାତୀୟ ରାଜପଥରେ ଦ୍ରୁତ ଗତିରେ ପଳେଇ ଆସିଥିଲା, ତେବେ ଧର୍ମଶାଳା ନିକଟରୁ ଦିଗହରା ହୋଇ ଏହା ଜେନାପୁର ଆଡକୁ ଯାଉଥିବା ବେଳେ କିଛି ଲୋକ ଏହାକୁ ଜଗିଥିଲେ ପରେ ପୋଲିସ ଖବର ପାଇ ଉକ୍ତ ଟ୍ରକଟିକୁ ଜବତ କରିଥିଲା । ସୂଚନାଯୋଗ୍ୟ ଯେ ୨୦ ଟନ୍‌ ଗୋ-ମାଂସକୁ ପୋଲିସ ମାଟି ତଳେ ପୋତି ଦେଇଥିବା ବେଳେ ଉକ୍ତ ଟ୍ରକଟିକୁ ଥାନାରେ ଅଟକ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here