Spread the love

ନୂଆଦିଲ୍ଲୀ : ଆଗକୁ ଆସୁଥିବା ପର୍ବପର୍ବାଣୀ ଓ ଉତ୍ସବ ମାସରେ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ବାହାର କରିବାକୁ ଯୋଜନା କରାଯାଉଥିବା ନେଇ ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି.କେ ଯାଦବ ଗୁରୁବାର କହିଛନ୍ତି।ଅକ୍ଟୋବର ୧୫ ରୁ ନଭେମ୍ବର ୩୦ ମଧ୍ୟରେ ଯାତ୍ରୀଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।କରୋନା ଯୋଗୁ ରେଳବାଇ ବର୍ତ୍ତମାନ ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଗତ ମାର୍ଚ୍ଚ ୨୨ ରୁ ନିୟମିତ ଟ୍ରେନ୍ ଗୁଡିକ ସ୍ଥଗିତ ରହିଛି |

LEAVE A REPLY

Please enter your comment!
Please enter your name here