corona virus image
Spread the love

ଭୁବନେଶ୍ୱର : ରାଜ୍ୟରେ ଆଜି ୨୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୪ଜଣ ସ୍ଥାନୀୟ ଲୋକଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬ଜଣ , ବାଲେଶ୍ୱରରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୧୬, ବୌଧରୁ ୧, କଟକରୁ ୧୭, ଦେଓଗଡରୁ ୧୫, ଢେ଼ଙ୍କାନାଳରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୭, ଯାଜପୁରରୁ ୨୮, ଝାରସୁଗୁଡାରୁ ୩, କେନ୍ଦ୍ରାପଡ଼ାରରୁ ୪, କେନ୍ଦୁଝରରୁ ୬,ଖୋର୍ଦ୍ଧାରୁ ୭ , କୋରାପୁଟରୁ ୧୮, ମାଲାକାନାଗିରିରୁ ୩୬, ମୟୁରୁଭଞ୍ଜରୁ ୭, ନୟାଗଡ଼ାରୁ ୧, ପୁରୀରୁ ୧, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟମାନଙ୍କୁ କୋଭିଡ଼ ହାସପାତାଳରେ ଭର୍ତ୍ତି କରାଯାଇଛି । ତେବେ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ରୋଗୀମାନଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପ୍ରଦିଦିନ ସ୍ଥାନୀୟ ଅଚଂଳରୁ ଅଧିକ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସରକାର ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମହାମାରୀ ସମଗ୍ର ରାଜ୍ୟରେ ତାଣ୍ଡବ ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here