Spread the love

ନୂଆଦିଲ୍ଲୀ
ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ମେଡାଲରେ ସମ୍ମାନିତ କରାଯିବ । ଏଥିପାଇଁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୋଲିସ କର୍ମଚାରୀଙ୍କ ନାମ ପ୍ରକାଶ ପାଇଛି । ଏହି ବର୍ଷ ବୀରତା ପାଇଁ ୨୧୫ କର୍ମଚାରୀଙ୍କୁ ପୋଲିସ ମେଡାଲ, ଉଲ୍ଲେଖନୀୟ ସେବା ପାଇଁ ୮୦ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୬୩୧ ଜଣଙ୍କୁ ସମ୍ମାନଜନକ ସେବା ଲାଗି ପୋଲିସ ମେଡାଲରେ ସମ୍ମାନିତ କରାଯିବ । ଏଥିରେ ଓଡିଶାରୁ ୧୪ ଜଣ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ ମେଡାଲ ଏବଂ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପ୍ରେସିଡେଣ୍ଟସ ପୋଲିସ ମେଡାଲ(ପିପିଏମ)ରେ ସମ୍ମାନିତ କରାଯିବ ।

LEAVE A REPLY

Please enter your comment!
Please enter your name here