Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ କମିବାର ନା ଧରୁନି । ଆଜି ୨୯ ଜିଲ୍ଲାରୁ ୨୨୪୪ ଜଣ କରୋନା ରୋଗୀ ଚିହ୍ନଟ ଅଛନ୍ତି । ସେମାନଙ୍କ ମଧ୍ୟରେ ୮୫୪ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହପରି ସଙ୍ଗରୋଧ କେନ୍ଦ୍ରରୁ ୧୩୯୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି । ଏବେ ୧୯୬୧୨ଟି ମାମଲା ସକ୍ରିୟ ଥିବାବେଳେ ୪୨୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳରୁ ୧୫ଜଣ, ବାଲେଶ୍ୱରରୁ ୧୪୨ଜଣ, ବରଗଡରୁ ୩୫ଜଣ, ଭଦ୍ରକରୁ ୧୦୪ଜଣ, ବଲାଙ୍ଗୀରରୁ ୩୭ଜଣ, ବୌଦ୍ଧ ୪୯ଜଣ, କଟକରୁ ୧୯୪ଜଣ, ଢେଙ୍କାନାଳରୁ ୧୮ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୨୪୩ଜଣ, ଜଗତସିଂହପୁରରୁ ୧୬ଜଣ, ଯାଜପୁରରୁ ୯୮ଜଣ, ଝାରୁସୁଗୁଡ଼ାରୁ ୧୨ଜଣ, କଳାହାଣ୍ଡିରୁ ୬୭ଜଣ, କନ୍ଧମାଳରୁ ୧୨୧ଜଣ, କେନ୍ଦ୍ରାପଡ଼ାରୁ୨୭ଜଣ, କେନ୍ଦୁଝରରୁ ୧୩ଜଣ, ଖୋର୍ଦ୍ଧାରୁ ୩୧୧ଜଣ, କୋରାପୁଟରୁ ୯୪ଜଣ, ମାଲକାନଗିରିରୁ ୯୮ଜଣ, ମୟୁରଭଞ୍ଜରୁ ୯୧ଜଣ, ନବରଙ୍ଗପୁରରୁ ୨୧ଜଣ, ନୟାଗଡରୁ ୧୩ଜଣ, ନୂଆପଡ଼ାରୁ ୯ଜଣ, ପୁରୀରୁ ୬୮ଜଣ, ରାୟଗଡ଼ାରୁ ୧୬୦ଜଣ, ସମ୍ବଲପୁରରୁ ୩୫ଜଣ, ସୋନପୁରରୁ ୧୧ଜଣ, ସୁନ୍ଦରଗଡରୁ ୧୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here