Spread the love

କଟକ : ଆଜି କଟକ ମହାନଗର ନିଗମ ପକ୍ଷରୁ ଜାରି କରାଯାଇଥିବା କରୋନା ସଂକ୍ରମଣଙ୍କ ସଂଖ୍ୟାରେ ୨୪୦ଜଣ ନୂଆ ସଂକ୍ରମିତଙ୍କ ନାମ ଯୋଡ଼ି ହୋଇଛି । ଫଳରେ ମୋଟ ସଂକ୍ରମଣଙ୍କ ସଂଖ୍ୟା ୮୨୧୫କୁ ବୃଦ୍ଧି ପାଇଛି । ସେହିଭଳି ସେମାନଙ୍କ ମଧ୍ୟରୁ ୫୯୮୬ ଜଣ ସୁସ୍ଥ ହୋଇଥିଲା ବେଳେ ସଂପ୍ରତି ଏବେ ବି ବିଭିନ୍ନ କୋଭିଡ଼ ସେଣ୍ଟର , ଘରୋଇ ଡାକ୍ତରଖାନା ଓ ଘରୋଇ ସଂଙ୍ଗରୋଧରେ ୨୧୯୩ଜଣ ଚିକିତ୍ସିତ ହେଉଛନ୍ତି । ଇତି ମଧ୍ୟରେ କଟକରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ତେବେ ଏହି ସଂଖ୍ୟାକୁ ନେଇ ତଥାଭିଜ୍ଞ ମହଲରେ ନାନା ସନ୍ଦେହ ଜାତ ହୋଇଛି । ପ୍ରତିଦିନ କୋଭିଡ଼ ସେଣ୍ଟରରୁ ୧୦ରୁ ଉଦ୍ଧ୍ୱର୍ ଶବ ଖାନନଗର ଶ୍ମଶାନକୁ ଯାଉଛି । ଏହାଛଡ଼ା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏକ ହ୍ୱାଟସଅପ୍‌ ଗ୍ରୁପରେ କେତେଜଣ କୋଭିଡ଼ ସେଣ୍ଟରରେ ମୃତ୍ୟୁ ବରଣ କରୁଛନ୍ତି ତାହା ଦିଆଯାଉଛି । ତେବେ ପ୍ରକୃତ ତଥ୍ୟ ଏହାଠାରୁ ଭିନ୍ନ ବୋଲି ଉକ୍ତ ରିପୋର୍ଟରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here