Spread the love

ହାଇଦ୍ରାବାଦ: ବୟସ ମାତ୍ର ୨୫, ହେଲେ ସେ ଯେଉଁ ବିଷ୍ପୋରକ ବୟାନ ଦେଇଛନ୍ତି ତାହା ଶୁଣିଲେ ଯେ କୌଣସି ଲୋକର ମୁଣ୍ଡ ଚକ୍କର ଖାଇଯିବ । ହାଇଦ୍ରାବାଦର ଜଣେ ୨୫ ବର୍ଷର ଯୁବତୀଙ୍କୁ ବର୍ଷ ବର୍ଷ ଧରି ୧୩୯ଜଣ ପୁରୁଷ ଯୌନ ଶୋଷଣ କରିଥିବା ଓ ଏଥିରେ ତାଙ୍କ ଶ୍ୱଶୁର ଘରର ଏକାଧିକ ଲୋକ ସଂପୃକ୍ତ ରହିବା ଘଟଣା ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ସଂପୃକ୍ତ ଯୁବତୀ ଜଣକ ଏବେ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଇଛନ୍ତି । ଦୀର୍ଘ ବର୍ଷ ଧରି ନିର୍ଯ୍ୟାତନା ସହିବା ପରେ ଏବେ ସେ ଦୋଷୀମାନଙ୍କୁ ଦଣ୍ଡ ଦେବାକୁ ସର୍ବ ସାଧାରଣରେ ଦାବି କରିଛନ୍ତି ।
ହାଇଦ୍ରାବାଦର ପୁଞ୍ଜଘୁଟ ପୋଲିସ ଷ୍ଟେସନରେ ୩୯ ପୃଷ୍ଟାର ଏତଲାରେ ଯୁବତୀ ଜଣଙ୍କ ଦର୍ଶାଇଛନ୍ତି ଯେ ମାତ୍ର ୧୫ ବର୍ଷ ବୟସରେ ଅର୍ଥାତ ୨୦୦୯ ମସିହାରେ ତାଙ୍କର ବିବାହ ହୋଇଥିଲା । ବିବାହର ମାତ୍ର ୨/୩ ମାସ ପରେ ଶ୍ୱଶୁର ଘରେ ହିଁ ତାଙ୍କୁ ଯୌନ ନିର୍ଯ୍ୟାତନା ଦିଆ ଯାଇଥିଲା । ଶ୍ୱଶୁର ଘରର କେତେକ ଲୋକ ଓ ତାଙ୍କ ସଂପର୍କୀୟମାନେ ତାଙ୍କୁ ଜବର ଦସ୍ତ ବଳାତ୍କାର କରିଥିଲେ । ଏହା ପରେ ସେ ୨୦୧୦ ଡ଼ିସେମ୍ବର ମାସରେ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ଏହାପରେ ତାଙ୍କ ଦୁଃଖ ଆହୁରି ବଢ଼ି ଯାଇଥିଲା । ବିଭିନ୍ନ ସ୍ଥାନରେ ସେ ରହିବା ବେଳେ ତାଙ୍କୁ ଯୌନ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଥିଲା । ଏନେଇ ପୋଲିସ ପକ୍ଷରୁ ଏକ ମକଦ୍ଦମା ରୁଜୁ ହେବାପରେ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଏହି ଘଟଣାରେ କାହାରିକୁ ଗିରିଫ କରିନାହିଁ । ତେବେ ସେ ମାନଶିକ ସ୍ତରରେ ଭାଙ୍ଗି ପଡ଼ିଥିବା ବେଳେ ଆଇନର ଆଶ୍ରୟ ନେବାରେ ଦେରି ହେଲା ବୋଲି ଯୁବତୀ ଜଣକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here