Coronavirus on scientific background
Spread the love

ନୂଆଦିଲ୍ଲୀ: ଦିନକୁ ଦିନ ଭୟାନକ ହେବାରେ ଲାଗିଛି ମହାମାରୀ କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ୬୩,୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୫,୮୯,୬୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୨୨୫୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୯୪୪ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଦେଶରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ସଂଖ୍ୟା ୪୯୯୮୦ ରେ ପହଞ୍ଚିଛି । ଗତକାଲି ୨୪ଘଣ୍ଟାରେ ୯୯୬ଜଣ ମୃତ୍ୟୁବରଣ କରିଥିବା ବେଳେ ଆଜି ୯୪୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here