Spread the love

ଭୁବନେଶ୍ୱର
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୬୯୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୧୬୭୫ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୭୨୭୧୮କୁ ବୃଦ୍ଧି ପାଇଛି । ଏବେ ୨୩୬୯୯ଟି ମାମଲା ସକ୍ରିୟ ଥିବାବେଳେ ୪୮୫୭୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳରୁ ୨୯, ବାଲେଶ୍ୱରରୁ ୧୦୨, ବରଗଡରୁ ୫୬, ଭଦ୍ରକରୁ ୮୯, ବଲାଙ୍ଗୀରରୁ ୭୧, ବୌଦ୍ଧରୁ ୧୧, କଟକରୁ ୨୦୭, ଦେଓଗଡରୁ ୨, ଢେଙ୍କାନାଳରୁ ୨୭, ଗଜପତିରୁ ୫୮, ଗଞ୍ଜାମରୁ ୧୬୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡାରୁ ୭୨, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୮୧, କେନ୍ଦ୍ରାପଡାରୁ ୮୯, କେନ୍ଦୁଝରରୁ ୨୧, ଖୋର୍ଧାରୁ ୪୭୫, କୋରାପୁଟରୁ ୧୪୬, ମାଲକାନଗିରିରୁ ୮୧, ମୟୁରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୯୧, ନୟାଗଡରୁ ୯୪, ନୂଆପଡାରୁ ୩, ପୁରୀରୁ ୮୭, ରାୟଗଡାରୁ ୧୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୩୧ ଏବଂ ସୁନ୍ଦରଗଡରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here