Spread the love

ନୂଆଦିଲ୍ଲୀ: ହଷ୍ଟେଲ ଛାତରୁ ଡେଇଁ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା।ସୋମବାର ୨୨ ବର୍ଷୀୟ ଜଣେ ଡାକ୍ତରୀ ଛାତ୍ର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ୨୦୦୮ ବ୍ୟାଚର ଏହି ଏମବିବିଏସ୍ ଛାତ୍ରଙ୍କୁ ମାନସିକ ରୋଗ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଓ ସେ ମାନସିକ ରୋଗରେ ଚିକିତ୍ସିତ ମଧ୍ୟ ହେଉଥିଲେ। ଏମ୍ସର ୧୯ ନମ୍ୱର ହଷ୍ଟେଲରେ ଏହି ଛାତ୍ର ଜଣଙ୍କ ରହୁଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ସନ୍ଧ୍ୟା ୬ଟାରେ ପୋଲିସକୁ ସୂଚନା ଦିଆଯାଇଥିଲା। ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବା ପରେ ଛାତ୍ର ଜଣଙ୍କୁ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here