Spread the love

ଭୁୁବନେଶ୍ୱର
ଆଜି ରାଜ୍ୟରୁ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧୧୪ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହା ସହିତ ୧୮୭୯ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୩୦ରେ ପହଞ୍ଚିଛି । ବର୍ତ୍ତମାନ ୨୫୭୯୨ଟି ମାମଲା ସକ୍ରିୟ ଥିବାବେଳେ ୫୨୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳରୁ ୨୧, ବାଲେଶ୍ୱରରୁ ୧୧୫, ବରଗଡରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗୀରରୁ ୬୨, ବୌଦ୍ଧ, ଦେଓଗଡରୁ ୯ଲେଖାଏଁ, କଟକରୁ ୧୫୮, ଢେଙ୍କାନାଳରୁ ୬୦, ଗଜପତିରୁ ୪୩, ଗଞ୍ଜାମରୁ ୨୭୧, ଜଗତସିଂହପୁରରୁ ୪୬, ଯାଜପୁରରୁ ୧୨୧, ଝାରସୁଗୁଡାରୁ ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରାପଡାରୁ ୪୩, କେନ୍ଦୁଝରରୁ ୬୩, ଖୋର୍ଧାରୁ ୬୦୬, କୋରାପୁଟରୁ ୯୫, ମାଲକାନଗିରିରୁ ୮୫, ମୟୁରଭଞ୍ଚରୁ ୧୨୦, ନବରଙ୍ଗପୁରରୁ ୬୮, ନୟାଗଡରୁ ୧୫୩, ନୂଆପଡାରୁ ୧୧, ପୁରୀରୁ ୧୫୬, ରାୟଗଡାରୁ ୧୩୭, ସମ୍ବଲପୁରରୁ ୧୦୪, ସୋନପୁରରୁ ୪୦, ସୁନ୍ଦରଗଡରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here