Spread the love

ନୂଆଦିଲ୍ଲୀ
କ୍ରିକେଟର ସୁରେଶ ରୈନାଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଏବଂ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏମାନେ ଡାକୁ ଏବଂ ଅପରାଧୀଙ୍କ ଅନ୍ତଃରାଜ୍ୟ ଗ୍ୟାଙ୍ଗର ସଦସ୍ୟ । ଏହା ସହିତ ଅନ୍ୟ ୧୧ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ ପ୍ରୟାସ କରୁଛି । ପଞ୍ଜାବ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅପରପକ୍ଷେ ସୁରେଶ ରୈନା ପଠାନକୋଟରେ ଥିବା ତାଙ୍କ ମାମୁଁଙ୍କ ଘରକୁ ବୁଲିବାକୁ ଯାଇଛନ୍ତି । ସେ ଏହି ସମୟରେ କହିଛନ୍ତି ଯେ ପୋଲିସ ଭଲ କାମ କରୁଛି । ଏହା ସହିତ ସାହାଯ୍ୟ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here