Spread the love

ଭୁବନେଶ୍ୱର
ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆଜି ରାଜ୍ୟରେ ୩ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଏହି ମୃତକ ୨ଜଣ ହେଉଛନ୍ତି କଟକ ଜିଲ୍ଲାର । ଜଣେ ୭୧ ବର୍ଷୀୟ ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ସେ ଡାଇବେଟିକ ଫୁଟ, ଡାଇବେଟିସ ଏବଂ କ୍ରୋନିକ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ଡାଇବେଟିସରେ ପୀଡିତ ଜଣେ ୫୩ ବର୍ଷୀୟ ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଏହା ବ୍ୟତୀତ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଛନ୍ତି । ସେ ଅନ୍ତନଳୀ ସଂକ୍ରମଣ ସହିତ ସେପସିସ ଏବଂ ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମରେ ପୀଡିତ ଥିଲେ । ଏହା ସହିତ କଟକ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here