Spread the love

ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନ ଯୁକ୍ତତିନି ଷଷ୍ଠ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। କଳା , ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ଷଷ୍ଠ ସେମିଷ୍ଟର ପରୀକ୍ଷା । ସେପ୍ଟେମ୍ବର ୨୯ ରୁ ଆରମ୍ଭ ହୋଇ ଅକ୍ଟୋବର ୩ରେ ଶେଷ ହେବ ପରୀକ୍ଷା । ସମସ୍ତ ଥିଓରି ପେପର୍ ପାଇଁ ୧ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ୧ ଘଣ୍ଟାରେ ଓଏମ୍ଆର୍ ବେସଡ ମଲ୍ଟିପୂଲ୍ ଚଏସ୍ ଥିଓରୀ ପରୀକ୍ଷା ହେବ । ସେହିପରି ସେପ୍ଟେମ୍ବର ୨୨ ରୁ ୨୬ ମଧ୍ୟରେ ଅନଲାଇନରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଯଦି ଅନଲାଇନ ସୁବିଧା ନ ଥାଏ ଛାତ୍ରଛାତ୍ରୀ କଲେଜ୍ ଆସି ପ୍ରାକ୍ଟିକାଲ ପରିକ୍ଷା ଦେଇପାରିବେ ।

LEAVE A REPLY

Please enter your comment!
Please enter your name here