Spread the love

ମ୍ୟାଣ୍ଡି
ଏହି ସହରର ଗୁଟାଲୁରେ ଥିବା ଅର୍କେଶ୍ୱର ମନ୍ଦିରର ପିରସର ଭିତରେ ୩ ପୂଜକଙ୍କୁ ଶୁକ୍ରବାର ସକାଳେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ତିନି ପୂଜକ ଗଣେଶ, ପ୍ରକାଶ ଏବଂ ଆନନ୍ଦଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି । ରକ୍ତ ଜୁଡୁବୁଡ ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମନ୍ଦିର ଗେଟ ଖୋଲିବା ପରେ ଗ୍ରାମବାସୀ ଏହା ଦେଖିବାକୁ ପାଇଥିଲେ । ପୋଲିସ ଅନୁଯାୟୀ ୩ ମୃତକ ସମ୍ପର୍କୀୟ ଥିଲେ ଏବଂ ସେମାନେ ମନ୍ଦିରର ପୂଜକ ଭାବେ କାର୍ଯ୍ୟ କରୁଥିଲେ । ସେମାନେ ମନ୍ଦିରର ଏବଂ ଏହାର ସମ୍ପତ୍ତି ସୁରକ୍ଷା ଲାଗି ସେଠାରେ ଶୋଉଥିଲେ ।ଏହି ମନ୍ଦିର ମୁଜରାଇ ବିଭାଗ ଅଧିନରେ ଯାଉଛି ଏବଂ ଏହା ବି ଶ୍ରେଣୀରେ ସାମିିଲ ରହିଛି । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଆଇଜିପି ଭିପୁଲ କୁମାର ଘଟଣାସ୍ଥଳ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେମାନଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏଥିରେ ତିନି ଜଣ ହତ୍ୟାକାରୀ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ଏହି ହତ୍ୟା ପଛରେ ମନ୍ଦିର ହୁଣ୍ଡି ଲୁଟିବା ଆଭିମୁଖ୍ୟ ଥିବା ସନ୍ଦେହ କରାଯାଉଛି । ସେମାନେ ହୁଣ୍ଡିରୁ ନୋଟ ଲୁଟି ନେଇଛନ୍ତି ଏବଂ ଖାଲି ବାକ୍ସ ଓ କଏନ ବାହାରେ ପଡି ରହିଛି । ଏ ନେଇ ମ୍ୟାଣ୍ଡି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here