Spread the love

ଭୁବନେଶ୍ୱର
ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମୁନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ୪ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।ଜିଏସଟି ଆଇନରେ ସଂଶୋଧନ ଲାଗି ୨ଟି ଅଧ୍ୟାଦେଶକୁ ଅନୁମୋଦନ ମିଳିଥିବାବେଳେ ପଶ୍ଚିମବଙ୍ଗ ସୀମାରେ ସେତୁ ନିର୍ମାଣକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏ ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା । କିନ୍ତୁ ଶେଷ ମୂହୂର୍ତ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସ୍ଥଗିତ ରଖାଯାଇଥିଲା । ଏବେ ୪ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

LEAVE A REPLY

Please enter your comment!
Please enter your name here