Spread the love

ଶ୍ରୀନଗର
ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ବିରୋଧି ଅପରେସନ୍ ଜାରି ରହିଛି । ଶନିବାର ବିଳମ୍ବିତ ରାତିରେ ଶ୍ରୀନଗରର ପାଣ୍ଠାରେ ଆତଙ୍କବାଦୀ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲେ । ଏଥିରେ ୩ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି ।ସୂଚନା ଅନୁଯାୟୀ ଗତ କାଲି ରାତିରେ ଆତଙ୍କବାଦୀ ସିଆରପିଏଫ ଓ ପୋଲିସ ବାହିନୀ ଉପରେ ଗୁଳିମାଡ କରିଥିଲେ । ଏହା ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।ଏହି ସମୟରେ ଆତଙ୍କବାଦୀ ପୁଣି ଗୁଳିମାଡ କରିଥିଲେ । ପରେ ସୁରକ୍ଷାବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏଥିରେ ଜାମ୍ମୁକାଶ୍ମୀର ପୋଲିସର ଜଣେ ଏସଆଇ ଶହୀଦ ହୋଇଛନ୍ତି । ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here