Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀରର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଜୋନ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଶ୍ରୀନଗରର ବାଟାମାଲୋ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ସକାଳେ ଏକ ଏନକାଉଣ୍ଟର ହୋଇଥିଲା । ପୋଲିସ ଏବଂ ସିଆରପିଏ୍ରଫର ମିଳିତ ଟିମ ଏହି ଅପରେସନରେ ସାମିଲ ଅଛି । ତଲାସୀ ଅଭିଯାନ ସମୟରେ ଆତଙ୍କାବୀଦ ପୋଲିସ ବାହିନୀ ଉପରକୁୁ ହଠାତ ଗୁଳିମାଡ କରିଥିଲେ । ଏଥିରେ ଜଣେ ସାଧାରଣ ନାଗରିକ କୌନସାର ରିୟାଜଙ୍କ ମୃତ୍ୟୁ ହୋଇଛି । ଏହା ସହିତ ସିଆରପିଏଫର ଜଣେ ଯବାନ ଏବଂ ଜଣେ ଅଫିସର ଏଥିରେ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଏବେ ଅପରେସନ ମଧ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here