Spread the love

କାନପୁର : ଅପରାଧର ଗନ୍ତାଘର ଭାବେ ଜଣାଥିବା ଉତ୍ତରପ୍ରଦେଶ ସରକାର ଅପରାଧିମାନଙ୍କୁ ସାବଡ଼ କରିବା ପାଇଁ ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଜେଲ୍‌ ଭିତରୁ ଅପରାଧ ଚଳାଉଥିବା ଅପରାଧିମାନେ ଏଣିକି ଏହି ନିୟମ ପ୍ରଣୟନ ହେବାପରେ କି ପ୍ରକାର ନୂଆ ଚାଲ ଚଳାଇବେ ତାହା ଦେଖିବା ବାକି ରହିଲା । ନୂଆ ନିୟମ ଅନୁଯାୟୀ ଏଣିକି ଫୋନ ମଧ୍ୟରେ ଅପରାଧିମାନେ ଯଦି ମୋବାଇଲ ଫୋନ ବ୍ୟବହାର କରି ଧରାପଡ଼ନ୍ତି ତେବେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ସହ ୨୦ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ହେବ । ସୂଚନାଯୋଗ୍ୟ ଯେ , ୟୁପିରେ ଅପରାଧିମାନେ ଜେଲ ମଧ୍ୟରୁ ନିଜ ନିଜର କଳା କାରନାମା ଚଳାଇବାର ନଜିର ରହିଛି । ଏଥିପାଇଁ ମୋବାଇଲ ଫୋନ ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଏହା ପ୍ରତି ଜେଲରେ ଅତ୍ୟନ୍ତ ସହଜରେ ଅପରାଧିମାନଙ୍କୁ ଉପଲବ୍ଧ ହେଉଛି ।

LEAVE A REPLY

Please enter your comment!
Please enter your name here