Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରେ ୧୧୪୬ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରିି ୧୮୬୮ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପି ୧୦୦୯୩୪ରେ ପହଞ୍ଚିଛି । ଏବେ ୨୯୬୮୫ଟି ମାମଲା ସକ୍ରିୟ ଥିବାବେଳେ ୭୦୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳ ଜିଲ୍ଲାରୁ ୨୫ଜଣ, ବାଲେଶ୍ୱରରୁ ୧୩୮ଜଣ, ବରଗଡ଼ରୁ ୧୨୪ଜଣ, ଭଦ୍ରକ ଜିଲ୍ଲାରୁ ୪୦ଜଣ, ବଲାଙ୍ଗୀରରୁ ୩୫ଜଣ, କଟକରୁ ୩୩୭ଜଣ, ଦେଓଗଡ଼ରୁ ୨ଜଣ, ଢେଙ୍କାନାଳରୁ ୪୯ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମରୁ ୨୧୬ଜଣ, ଜଗତସିଂହପୁର ଜିଲ୍ଲାରୁ ୬୬ଜଣ, ଯାଜପୁର ଜିଲ୍ଲାରୁ ୩୮ଜଣ, ଝାରସୁଗୁଡ଼ାରୁ ୪୫ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦ଜଣ, କନ୍ଧମାଳ ଜିଲ୍ଲାରୁ ୬୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୮୪ଜଣ, କୋରାପୁଟରୁ ୧୨୦ଜଣ, ମାଲକାନଗିରିରୁ ୪୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮ଜଣ, ନୟାଗଡ ଜିଲ୍ଲାରୁ ୨୯ଜଣ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୧୧୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୨, ସୋନପୁର ଜିଲ୍ଲାରୁ ୪୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here