Spread the love

ଭୁବନେଶ୍ୱର : ରାଜ୍ୟରେ ଆଜି ମୋଟ ୩୨୧୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୬୪୭, ମୟୁରଭଞ୍ଜରୁ ୨୮୧, କଟକରୁ ୨୭୫, ବରଗଡ଼ରୁ ୨୧୮, ରାୟଗଡ଼ାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ଓ କୋରାପୁଟରୁ ପ୍ରତ୍ୟେକ ୧୧୨ଜଣ , ପୁରୀରୁ ୧୦୩, ଝାରସୁଗୁଡ଼ାରୁ ୯୬, ନବରଙ୍ଗପୁର, ନୂଆପଡ଼ା ଓ ସୁନ୍ଦରଗଡ଼ ପ୍ରତ୍ୟେକ ଜିଲ୍ଲାରୁ ୭୯ ଜଣ ଲେଖାଁଏ ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ସମ୍ବଲପୁରରୁ ୭୫ଜଣ , ଅନୁଗୁଳରୁ ୬୯, ଢେ଼ଙ୍କାନାଳରୁ ୬୯, କେନ୍ଦ୍ରାପଡ଼ାରୁ ୫୯, ଭଦ୍ରକ ଓ ଜଗତସିଂହପୁରରୁ ପ୍ରତ୍ୟେକ ୫୪ଜଣ ଲେଖାଁଏ ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ସୋନପୁରରୁ ୫୩ଜଣ , ବାଲେଶ୍ୱରରୁ ୪୯, ନୟାଗଡ଼ରୁ ୪୯ ଓ ବଲାଙ୍ଗିରରୁ ୪୯ଜଣ , ଗଜପତିରୁ ୨୧ଜଣ , କନ୍ଧମାଳରୁ ୩୬ଜଣ , ମାଲକାନାଗିରିରୁ ୨୮, କଳାହାଣ୍ଡିରୁ ୧୨, ବୌଧରୁ ୭ ଓ ଦେଓଗଡ଼ରୁ ୪ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ଆଜି ଯାଏ ୧ଳକ୍ଷ ୧୫ହଜାର ୨୭୯ଜଣ ଜଣ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here