Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୨୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨୮୮ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଥିବାବେଳେ ୧୯୩୧ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୯୭୮୦କୁ ବୃଦ୍ଧି ପାଇଛି । ଏବେ ୨୮୪୪୩ଟି ମାମଲା ସକ୍ରିୟ ଥିବାବେଳେ ୮୦୭୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳ ଜିଲ୍ଲାରୁ ୬୬ଜଣ, ବାଲେଶ୍ୱର ଜିଲ୍ଲାରୁ ୧୯୪ଜଣ, ବରଗଡ଼ ଜିଲ୍ଲାରୁ ୧୮୫ଜଣ, ଭଦ୍ରକ ଜିଲ୍ଲାରୁ ୮୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ଜଣ, ବୌଦ୍ଧ ଜିଲ୍ଲାରୁ ୩୬ଜଣ, କଟକ ଜିଲ୍ଲାରୁ ୪୦୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୭ଜଣ, ଗଜପତି ଜିଲ୍ଲାରୁ ୨୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦ଜଣ, ଯାଜପୁର ଜିଲ୍ଲାରୁ ୧୧୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ଜଣ, କନ୍ଧମାଳ ଜିଲ୍ଲାରୁ ୩୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୩୧ଜଣ, କୋରପୁଟ ଜିଲ୍ଲାରୁ ୯୦ଜଣ, ମାଲକାନଗିରି ଜିଲ୍ଲାରୁ ୧୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୫ଜଣ, ନୟାଗଡ଼ ଜିଲ୍ଲାରୁ ୬୨ଜଣ, ନୂଆପଡ଼ା ଜିଲ୍ଲାରୁ ୪୯ଜଣ, ପୁରୀ ଜିଲ୍ଲାରୁ ୨୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୨୫ଜଣ, ସମ୍ବଲପୁର ଜିଲ୍ଲାରୁ ୭୮ଜଣ, ସୋନପୁର ଜିଲ୍ଲାରୁ ୨୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here