Spread the love

ଭୁୁବନେଶ୍ୱର
ଆଜି ରାଜ୍ୟରୁ ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୧୯୬୧ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛିା ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୬୭୮ରେ ପହଞ୍ଚି ଯାଇଛି । ଏବେ ୨୮୭୪୩ଟି ମାମଲା ସକ୍ରିୟ ଥିବାବେଳେ ୮୭୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳରୁ ୬୦, ବାଲେଶ୍ୱରରୁ ୯, ବରଗଡରୁ ୧୨୦, ଭଦ୍ରକରୁ ୧୩୮, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୪୪, କଟକରୁ ୩୮୪, ଦେଓଗଡରୁ ୨୩, ଢେଙ୍କାନାଳ, ଗଜପତିରୁ ୧୮ ଲେଖାଏଁ, ଗଞ୍ଜାମରୁ ୯୭, ଜଗତସିଂହପୁରରୁ ୬୬, ଯାଜପୁରରୁ ୨୩, ଝାରସୁଗୁଡା, କଳାହାଣ୍ଡିରୁ ୩୭ ଲେଖାଏଁ, କନ୍ଧମାଳରୁ ୨୭, କେନ୍ଦ୍ରାପଡାରୁ ୫୧, କନ୍ଦେୁଝରରୁ ୧୦୭, ଖୋର୍ଧାରୁ ୮୫୯, କୋରାପୁଟରୁ ୮୩, ମାଲକାନଗିରିରୁ ୧୭, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୮୫, ନୟାଗଡରୁ ୭୦, ନୂଆପଡାରୁ ୪୦, ପୁରୀରୁ ୨୩୫, ରାୟଗଡାରୁ ୧୬୯, ସମ୍ବଲପୁରରୁ ୮୦, ସୋନପୁରରୁ ୬୬, ସୁନ୍ଦରଗଡର ୁ ୧୨୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here