Spread the love

ନୂଆଦିଲ୍ଲୀ: ଚୀନରୁ ଭାରତ ଯେତିକି ସାମଗ୍ରୀ ଆମଦାନୀ କରୁଛି ସେଥିରେ ମାତ୍ର ୩୨୭ଟି ସାମଗ୍ରୀ ତିନି ଚତୁର୍ଥାଂଶ ଭାଗ ଅକ୍ତିଆର କରୁଛନ୍ତି । ଏହି ସାମଗ୍ରୀ ମଧ୍ୟରେ ମୋବାଇଲ ଫୋନଠାରୁ ଆରମ୍ଭ କରି ଟେଲି ଯନ୍ତ୍ରାଂଶ, କ୍ୟାମେରା, ଏୟାର କଣ୍ଡିସନର, ସୋଲାର ପ୍ୟାନେଲ ଓ ପେନସିଲିନ ଅନ୍ତର୍ଭୁକ୍ତ । ଜାତିସଂଘ ପକ୍ଷରୁ ଗଠନ କରାଯାଇଥିବା ରିସର୍ଚ୍ଚ ଆଣ୍ଡ ଇନଫର୍ମେସନ ସିଷ୍ଟମ ଫର ଡେଭଲପିଙ୍ଗ କଣ୍ଟ୍ରିଜ(ଆରଆଇଏସ) ନାମକ ଏକ ଗୋଷ୍ଠୀ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି । ଭାରତ ୨୦୧୮-୧୯ରେ ଚୀନରୁ ୯୦ ବିଲିୟନ ଡଲାରରୁ କିଛି ଅଧିକ ମୁଲ୍ୟର ସାମଗ୍ରୀ ଆମଦାନୀ କରିଥିଲା ବେଳେ ସେଥିରେ ୬୬.୬ ବିଲିୟନ ସମ୍ବେଦନଶୀଳ ସାମଗ୍ରୀ ଅନ୍ତର୍ଭୁକ୍ତ । ଯଦି ୫୦ ମିଲିୟନ ଡଲାରରୁ ଅଧ୍ଚଳ ମୁଲ୍ୟର କୌଣସି ସାମଗ୍ରୀ ଆମଦାନୀ ହେଉଥାଏ ଓ ସେଥିରେ ଯଦି ଚୀନର ଅଂଶ ୧୦ ପ୍ରତିଶତ ହୋଇଥାଏ ତେବେ ଉକ୍ତ ସାମଗ୍ରୀକୁ ସମ୍ବେଦନଶୀଳ ସାମଗ୍ରୀ ବୋଲି କୁହାଯାଇଥାଏ । ଚୀନରୁ ଭାରତ ଏବେ ୪ ହଜାରରୁ ଅଧିକ ସାମଗ୍ରୀ ଆମଦାନୀ କରୁଛି । ଭାରତ ଆମଦାନୀ କରୁଥିବା ସାମଗ୍ରୀ ମଧ୍ୟରୁ ୩,୩୦୦ରୁ ଅଧିକ ସାମଗ୍ରୀ କ୍ଷେତ୍ରରେ ଚୀନର ଦବଦବା ନାହିଁ ।

LEAVE A REPLY

Please enter your comment!
Please enter your name here