Spread the love

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ମୋଟ ୩୩୦୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମୋଟ ୮୪୦୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।ତେବେ ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କଟକରୁ ୬୫୦ ଜଣ ରହିଥିବା ବେଳେ ଖୋର୍ଦ୍ଧା ରୁ ୪୯୩ ଜଣ,ଯାଜପୁରରୁ ୨୧୩ ଜଣ, ଗଂଜାମରୁ ୨୦୯ ଜଣ, ରାୟଗଡ଼ାରୁ ୧୮୫ ଜଣ, ସମ୍ବଲପୁରରୁ ୧୭୨ ଜଣ, କେରାପୁଟରୁ ୧୪୯ ଜଣ, ପୁରୀରୁ ୧୨୮ ଜଣ, ନୟାଗଡ଼ରୁ ୧୨୫ ଜଣ , ମୟୂରଭଂଜରୁ ୧୦୪,କେନ୍ଦୁଝର ଜିଲ୍ଲାରୁ ୯୦ ଜଣ, ସୁନ୍ଦରଗଡ଼ରୁ ୮୭ ଜଣ, ଅନୁଗୁଳରୁ ୮୦ ଜଣ, ବାଲେଶ୍ୱରରୁ ୭୯ ଜଣ, ମାଲକାନଗିରିରୁ ୭୬ ଜଣ, କନ୍ଧମାଳରୁ ୫୫ ଜଣ, ଭଦ୍ରକ, ଜଗତସିଂହପୁରରୁ ୪୯-୪୯ ଜଣ, ବଲାଙ୍ଗୀରରୁ ୪୭ ଜଣ, ଗଜପତିରୁ ୩୭ ଜଣ, ବରଗଡ଼, ନୂଆପଡ଼ାରୁ ୩୫ ଜଣ, ନବରଂଗପୁରରୁ ୩୪ ଜଣ, ଢେଙ୍କାନାଳରୁ ୩୨ ଜଣ, କେନ୍ଦ୍ରାପଡ଼ାରୁ ୩୦ ଜଣ, ସୁବର୍ଣ୍ଣପୁରରୁ ୨୫ ଜଣ, କଳାହାଣ୍ଡିରୁ ୧୪ ଜଣ, ଝାରସୁଗୁଡ଼ାରୁ ୧୩ ଜଣ ଓ ଦେବଗଡ଼ରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here