Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୩୩୭୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩୧୮ ସ୍ଥାନୀୟ ଆକ୍ରାନ୍ତ ସାମିଲ ଥିବାବେଳେ ୨୦୫୩ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨ରେ ପହଞ୍ଚିଛି । ଏବେ ୨୭୬୩୮ଟି ମାମଲା ସକ୍ରିୟ ଥିବାବେଳେ ୫୯୪୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆଜି ଅନୁଗୁଳ ଜିଲ୍ଲାରୁ ୬୩ଜଣ, ବାଲେଶ୍ୱରରୁ ୯୮ଜଣ, ବରଗଡ଼ରୁ ୯୮ଜଣ, ଭଦ୍ରକରୁ ୧୧୪ଜଣ, ବଲାଙ୍ଗୀରରୁ ୭୬ଜଣ, ବୌଦ୍ଧରୁ ୪ଜଣ, କଟକରୁ ୩୫୭ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୬୭ଜଣ, ଗଜପତିରୁ ୪୧ଜଣ, ଗଞ୍ଜାମରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୯୫ଜଣ, ଯାଜପୁରରୁ ୧୭୩ଜଣ, ଝାରସୁଗୁଡ଼ାରୁ ୯୩ଜଣ, କଳାହାଣ୍ଡିରୁ ୨୮ଜଣ, କନ୍ଧମାଳରୁ ୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୬ଜଣ, କେନ୍ଦୁଝରରୁ ୭୪ଜଣ, ଖୋର୍ଦ୍ଧାରୁ ୫୪୭, କୋରାପୁଟରୁ ୯୧ଜଣ, ମାଲକାନଗିରିରୁ ୧୩୪ଜଣ , ମୟୁରଭଞ୍ଜରୁ ୯୨ଜଣ, ନବରଙ୍ଗପୁରରୁ ୬୫ଜଣ, ନୟାଗଡରୁ ୧୭୧ଜଣ, ନୂଆପଡ଼ାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୧୪୪ଜଣ, ରାୟଗଡ଼ାରୁ ୧୪୬ଜଣ, ସମ୍ବଲପୁରରୁ ୧୦୭ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here