Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୩୩୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨୫୬ ଜଣ ସ୍ଥାନୀୟ ସଂକ୍ରମିତ ସାମିଲ ଅଛନ୍ତି । ସେହିପରି ୨୧୨୮ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ରେ ପହଞ୍ଚିଛି । ଏବେ ୨୭୬୭୨ଟି ମାମଲା ସକ୍ରିୟ ଥିବାବେଳେ ୬୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଆଜି ଅନୁଗୁଳ ଜିଲ୍ଲାରୁ ୧୩ଜଣ, ବାଲେଶ୍ୱରରୁ ୧୧୯ଜଣ, ବରଗଡ଼ରୁ ୧୫୭ଜଣ, ଭଦ୍ରକରୁ ୮୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୯ଜଣ, ବୌଦ୍ଧରୁ ୫ଜଣ, କଟକରୁ ୪୯୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୬ଜଣ, ଢେଙ୍କାନାଳରୁ ୬୦ଜଣ, ଗଜପତିରୁ ୯ଜଣ, ଗଞ୍ଜାମରୁ ୧୭୭ଜଣ, ଜଗତସିଂହପୁର ଜିଲ୍ଲାରୁ ୪୩ଜଣ, ଯାଜପୁରରୁ ୧୭୬ଜଣ, ଝାରସୁଗୁଡ଼ାରୁ ୯୪ଜଣ, କଳାହାଣ୍ଡି ଜିଲ୍ଲାରୁ ୨୭ଜଣ, କନ୍ଧମାଳରୁ ୫୮ଜଣ, କେନ୍ଦ୍ରାପଡ଼ାରୁ ୭୬ଜଣ, କେନ୍ଦୁଝରରୁ ୬୩ଜଣ, ଖୋର୍ଧାରୁ ୫୮୭ଜଣ, କୋରାପୁଟ ଜିଲ୍ଲାରୁ ୮୯ଜଣ, ମାଲକାନଗିରିରୁ ୪୪ଜଣ, ମୟୁରଭଞ୍ଜରୁ ୧୭୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୧ଜଣ, ନୟାଗଡ଼ରୁ ୭୬ଜଣ, ନୂଆପଡ଼ାରୁ ୧୯ଜଣ, ପୁରୀ ଜିଲ୍ଲାରୁ ୧୨୧ଜଣ, ରାୟଗଡ଼ାରୁ ୧୫୪ଜଣ, ସମ୍ବଲପୁରରୁ ୧୮୨ଜଣ, ସୋନପୁର ଜିଲ୍ଲାରୁ ୩୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here