Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୪୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩୯୬ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି୨୦୯୪ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୩୮୨ରେ ପହଞ୍ଚି ଯାଇଛି ।ଏବେ ୩୧୩୬୨ଟି ମାମଲା ସକ୍ରିୟ ଥିବାବେଳେ ୯୯୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳ ଜିଲ୍ଲାରୁ ୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୯୨ଜଣ, ବରଗଡ଼ ଜିଲ୍ଲାରୁ ୮୧ଜଣ, ଭଦ୍ରକ ଜିଲ୍ଲାରୁ ୮୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧୦ଜଣ, ବୌଦ୍ଧ ଜିଲ୍ଲାରୁ ୨୫ଜଣ, କଟକ ଜିଲ୍ଲାରୁ ୩୭୬ଜଣ, ଦେଓଗଡ଼ ଜିଲ୍ଲାରୁ ୨୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୧ଜଣ, ଗଜପତି ଜିଲ୍ଲାରୁ ୫୩ଜଣ, ଗଞ୍ଜାମ ଜିଲ୍ଲାରୁ ୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୯୧ଜଣ, ଯାଜପୁର ଜିଲ୍ଲାରୁ ୧୭୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦୩ଜଣ, କଳହାଣ୍ଡି ଜିଲ୍ଲାରୁ ୩୯ଜଣ, କନ୍ଧମାଳ ଜିଲ୍ଲାରୁ ୮୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୫୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୩୫ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୨୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦ଜଣ, ନୟାଗଡ଼ ଜିଲ୍ଲାରୁ ୩୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୨ଜଣ, ପୁରୀ ଜିଲ୍ଲାରୁ ୨୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୬ଜଣ, ସମ୍ବଲପୁର ଜିଲ୍ଲାରୁ ୮୫ଜଣ, ସୋନପୁର ଜିଲ୍ଲାରୁ ୧୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୪ଜଣ, ଷ୍ଟେଟ ପୋଲରୁ ୧୦୨ଜଣଙ୍କୁ ଚିହ୍ନଟ କରାଯାଇଛି । ସୂଚନା ଏବଂ ଲୋକ ସମ୍ପର୍କି ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here