Spread the love

କୋଲକତା: କରୋନା ୨୦୨୦ର ସବୁଠାରୁ ବଡ଼ ଦୁଃଖ ବୋଲି ବିବେଚନା କରାଯାଉଛି । ଲକ୍‌ ଡାଉନ ସମୟରେ ଭିନ୍ନ ଭିନ୍ନ ଘଟଣା ଦୁର୍ଘଟଣା ସାମ୍ନାକୁ ଆସିଛି । କୋଲକତାରେ ଏକ ବିରଳ ଘଟଣା ଘଟିଛି । ଲକ୍‌ ଡାଉନ ସମୟରେ ଲୋକେ ଘରୁ ବାହାରୁନଥିବା ବେଳେ କୋଲକତାର ଅନୱର ସାହା ରୋଡ଼ରେ ରହୁଥିବା ସତ୍ୟନାରାୟଣ ଅଗ୍ରୱାଲଙ୍କର କିଛିଦିନ ତଳେ ମୃତ୍ୟୁ ଘଟିଥିଲା । ଲକ୍‌ଡାଉନ ଥିବାରୁ କେହି ଘରୁ ବାହାରିବା ସମ୍ଭବ ନଥିଲା । ତେବେ ତାଙ୍କ ଘରେ ୭ବର୍ଷ ଧରି କାମ କରୁଥିôବା ରୀତା ରାୟ(୪୫) କୌଶଳରେ ସତ୍ୟନାରାୟଣଙ୍କ ଏଟିଏମ୍‌ ଚୋରାଇ ନେଇଥିଲେ । ତେବେ ଗତ ୨ ମାସ ମଧ୍ୟରେ ଉକ୍ତ ଏଟିଏମ କାର୍ଡକୁ ବ୍ୟବହାର କରି ନକସିପଡ଼ାର ରୀତା ଓ ନଦୀଆରେ ରହୁଥିବା ତାଙ୍କ ଜ୍ୱାଇଁ ରଞ୍ଜିତ ମୁଲ୍ଲିକ(୩୧) ଏବଂ ଜ୍ୱାଇଁର ଶଳା ସୌମୁତ୍ର ସରକାର ମିଳିତ ଭାବେ ଭିନ୍ନ ଭିନ୍ନ ସମୟରେ ୩୪ ଲକ୍ଷ ୯୦ ହଜାର ଟଙ୍କା ଉଠାଇ ନେଇଥିଲେ । ଏହି ଘଟଣା ଲକ୍‌ଡାଉନ ପରେ ସତ୍ୟନାରାୟଣଙ୍କ ପରିବାର ଲୋକେ ଜାଣିବା ପରେ ଯାଦବପୁର ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୭ ଲକ୍ଷ ଟଙ୍କା ଜବତ କରିଛି ।

LEAVE A REPLY

Please enter your comment!
Please enter your name here