Spread the love

ଭୁବନେଶ୍ୱର
ଗତ ୨୪ ଘଣ୍ଟାରେ ରାଜ୍ୟରୁ ରେକର୍ଡ ୩୬୩୧ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାଙ୍କ ମଧ୍ୟରେ ୧୪୧୭ ସ୍ଥାନୀୟ ସଂକ୍ରମିତ ସାମିଲ ଥିବାବେଳେ ୨୨୧୪ ଜଣଙ୍କୁ ସଙ୍ଗୋରୋଧ କେନ୍ଦ୍ରରୂ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏବେ ୨୮୭୬୩ଟି ମାମଲା ସକ୍ରିୟ ଥିବାବେଳେ ୮୪୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳ ଜିଲ୍ଲାରୁ ୪୧, ବାଲେଶ୍ୱରରୁ ୧୧୪, ବରଗଡରୁ ୨୩୮, ଭଦ୍ରକରୁ ୧୮୬, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୨୭, କଟକରୁ ୩୭୦, ଦେଓଗଡରୁ ୧୧, ଢେଙ୍କାନାଳରୁ ୫୬, ଗଜପତିରୁ ୯, ଜଗତସିଂହପୁରରୁ ୭୯, ଯାଜପୁରରୁ ୧୨୭, ଝାରସୁଗୁଡାରୁ ୮୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୮୦, ଖୋର୍ଧାରୁ ୭୨୨, କୋରାପୁଟରୁ ୯୩, ମାଲକାନଗିରିରୁ ୫୫, ମୟୁରଭଞ୍ଜରୁ ୩୬୫, ନବରଙ୍ଗପୁରରୁ ୪୬ , ନୟାଗଡରୁ ୧୦୦, ନୂଆପଡାରୁ ୪୯, ପୁରୀରୁ ୧୫୭, ରାୟଗଡାରୁ ୧୧୧, ସମ୍ବଲପୁରରୁ ୬୮, ସୋନପୁରରୁ ୫୦ ଏବଂ ସୁନ୍ଦରଗଡରୁ ୧୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here