Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କିନ୍ତୁ ଲୋକଙ୍କ ମନରେ କରୋନା ପ୍ରତି ଥିବା ଭୟ କମିବାରେ ଲାଗିଛି । ରାସ୍ତାଘାଟ, ପରିବା ବଜାର ଆଦିରେ ସାମାଜିକ ଦୂରତ୍ୱ ଏବଂ ମାସ୍କ ନପିନ୍ଧିବା ଯୋଗୁ କରୋନା ସଂକ୍ରମଣ ବଢି ଚାଲୁଛି ବୋଲି ବିଶେଷଜ୍ଞ ମାନେ କହୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୬୪୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ୧୪୯୪ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ସଙ୍ଗରୋଧରୁ ୨୧୫୧ଜଣଙ୍କୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୬୫୦କୁ ବୃଦ୍ଧି ପାଇଛି । ଏବେ ୩୫୯୨୮ଟି ମାମଲା ସକ୍ରିୟ ଥିବାବେଳେ ୧୨୨୦୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳ ଜିଲ୍ଲାରୁ ୩୯ଜଣ , ବାଲେଶ୍ୱର ଜିଲ୍ଲାରୁ ୧୫୬ଜଣ, ବରଗଡ଼ ଜିଲ୍ଲାରୁ ୧୫୭ଜଣ ,ଭଦ୍ରକ ଜିଲ୍ଲାରୁ ୧୪୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୯ଜଣ, ବୌଦ୍ଧ ଜିଲ୍ଲାରୁ ୩୦ଜଣ, କଟକ ଜିଲ୍ଲାରୁ ୩୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୮ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୪୬ଜଣ, ଜଗତସିଂହପୁର ଜିଲ୍ଲାରୁ ୯୫ଜଣ, ଯାଜପୁର ଜିଲ୍ଲାରୁ ୧୧୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୧ଜଣ, କଳାହାଣ୍ଡି ଜିଲ୍ଲାରୁ ୭୯ଜଣ,କନ୍ଧମାଳ ଜିଲ୍ଲାରୁ ୯୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ଜଣ, କେନ୍ଦୁଝର ଜିଲ୍ଲାରୁ ୫୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧୭ଜଣ, କୋରାପୁଟ ଜିଲ୍ଲାରୁ ୯୫ଜଣ, ମାଲକାନଗିରି ଜିଲ୍ଲାରୁ ୩୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୯୦ଜଣ, ନୟାଗଡ଼ ଜିଲ୍ଲାରୁ ୩୮ଜଣ, ନୂଆପଡ଼ା ଜିଲ୍ଲାରୁ ୯୦ଜଣ, ପୁରୀ ଜିଲ୍ଲାରୁ ୨୪୬ଜଣ, ରାୟଗଡ଼ା ଜିଲ୍ଲାରୁ ୭୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୭ଜଣ, ସୋନପୁର ଜିଲ୍ଲାରୁ ୯୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୪ଜଣ, ଷ୍ଟେଟ ପୁଲରୁ ୩୪୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here