Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୭୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫୩୮ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ସେହିପରି ୨୨୧୦ ଜଣଙ୍କ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଥିବାବେଳେ ୧୦୨୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୩୨୩୧୨ଟି ମାମଲା ସକ୍ରିୟ ରହିଛିା ଆଜି ଅନୁଗୁଳ ଜିଲ୍ଲାରୁ ୫୭ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ଜଣ, ବରଗଡ଼ ଜିଲ୍ଲାରୁ ୯୨ଜଣ, ଭଦ୍ରକ ଜିଲ୍ଲାରୁ ୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୩ଜଣ, ବୌଦ୍ଧ ଜିଲ୍ଲାରୁ ୫୮ଜଣ, କଟକ ଜିଲ୍ଲାରୁ ୩୯୨ଜଣ, ଦେଓଗଡ଼ ଜିଲ୍ଲାରୁ ୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୫ଜଣ, ଗଜପତି ଜିଲ୍ଲାରୁ ୩୩ଜଣ ଗଞ୍ଜାମ ଜିଲ୍ଲାରୁ ୭୧ଜଣ, ଜଗତସିଂହପୁର ଜିଲ୍ଲାରୁ ୯୪ଜଣ, ଯାଜପୁର ଜିଲ୍ଲାରୁ ୧୪୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୮ଜଣ, କନ୍ଧମାଳ ଜିଲ୍ଲାରୁ ୮୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୬ଜଣ, କେନ୍ଦୁଝର ଜିଲ୍ଲାରୁ ୬୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧୫ଜଣ, କୋରାପୁଟ ଜିଲ୍ଲାରୁ ୯୭ଜଣ, ମାଲକାନଗିରି ଜିଲ୍ଲାରୁ ୨୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୧ଜଣ, ନୟାଗଡ଼ ଜିଲ୍ଲାରୁ ୬୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୭ଜଣ, ପୁରୀ ଜିଲ୍ଲାରୁ ୩୮୭ଜଣ, ରାୟଗଡ଼ା ଜିଲ୍ଲାରୁ ୮୨ଜଣ, ସମ୍ବଲପୁର ଜିଲ୍ଲାରୁ ୭୯ଜଣ, ସୋନପୁର ଜିଲ୍ଲାରୁ ୧୨୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ଜଣ, ଷ୍ଟେଟ ପୁଲରୁ ୧୭୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here