Spread the love

ନୂଆଦିଲ୍ଲୀ
ଦେଶରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଆକ୍ରାନ୍ତ ହୋଇ ଅନକେ କୋଭିଡ ଯୋଦ୍ଧା ଡାକ୍ତର ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ କେତେ ଜଣ ଡାକ୍ତର ଏଥିରେ ପ୍ରାଣ ହରାଇଛନ୍ତି ତାହାର ରିପୋର୍ଟ ତାଙ୍କ ପାହାରେ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହଷବର୍ଧନ ସଂସଦରେ କହିଛନ୍ତି । ସେହିପରି ରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ପ୍ରସଙ୍ଗ ରାଜ୍ୟର ବିଷୟ ହୋଇଥିବାରୁ ଏନେଇ କେନ୍ଦ୍ର ପାଖରେ କୌଣସି ରିପୋର୍ଟ ନାହିଁ । ସରକାରଙ୍କୁ ତୀବ୍ର ସମାଲୋଚନା କରି ଦେଶର ଶୀର୍ଷ ମେଡିକାଲ ପ୍ରାକ୍ଟିସନର୍ସଙ୍କ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏପରି ପରିସ୍ତିତିରେ ମହାମାରୀ ନିୟମ ୧୮୯୭ ଏବଂ ବିପର୍ଯ୍ୟୟ ପରିଚାଳନା ନିୟମ ଲାଗୁ କରିବାର ନୈତିକ ଅଧିକାରକୁ ସରକାର ହରାଇ ଦେଇଛନ୍ତି । ଆଇଏମଏ ପକ୍ଷରୁ କୁହାଯାଇଛି ଯେ ଏବେ ସୁଦ୍ଧା ୩୮୨ ଡାକ୍ତର କରୋନାରେ ପ୍ରାଣ ହରାଇଲେଣି । ଏଥିରେ ସବୁଠାରୁ କମ ବୟସ ୨୭ ବର୍ଷର ଯୁବ ଡାକ୍ତର ଏବଂ ୮୫ ବର୍ଷର ବୟସ୍କ ଡାକ୍ତର ସାମିଲ ଅଛନ୍ତି ।`

LEAVE A REPLY

Please enter your comment!
Please enter your name here